ମୁମ୍ବାଇ: ମୁମ୍ବାଇର ମାଲାଦା ଅଞ୍ଚଳରେ ଘଟିଥିବା ଏକ ଚୋରର କାଣ୍ଡ ଆପଣଙ୍କୁ ହସାଇବାକୁ ବାଧ୍ୟ କରିବ । ମାଲାଦାର ଏକ ଫ୍ଲାଟରେ ରହୁଥିବା ଏକ ଘରୁ ଚୋରୀ କରିବାକୁ ଆସିଥିଲା ଜଣେ ଚୋର । ହେଲେ ଘରୁ କିଛି ମୂଲ୍ୟବାନ ସାମଗ୍ରୀ ପାଇ ନ ଥିଲା । ଯାହାଫଳରେ ଶେଷରେ ଘରେ ରହୁଥିବା ୩୮ ବର୍ଷିୟ ମହିଳାଙ୍କୁ ଚୁମ୍ବନ ଦେଇ ଚାଲିଯାଇଥିଲା । ଏହି ଘଟଣାରେ ଅଭିଯୋଗ ପରେ ପୋଲିସ ଚୋରକୁ ଗିରଫ କରିଛି ।
ଘଟଣା ଘଟିଥିଲା ଜାନୁୟାରୀ ୩ ତାରିଖରେ । ଅଭିଯୋଗ ମୁତାବିକ, ମୁମ୍ବାଇର ମାଲାଦା ଅଞ୍ଚଳରେ ଜଣେ ୩୮ ବର୍ଷିୟ ମହିଳା ଏକାକୀ ଘରେ ରହୁଥିଲେ । ତେବେ ଚୋର ଜଣଙ୍କ ତାଙ୍କ ଘର ଭିତରକୁ ଆସିବା ପରେ ମୂଲ୍ୟବାନ୍ ସାମଗ୍ରୀ ପାଇ ନ ଥିଲା । ଏହାପରେ ମହିଳାଙ୍କୁ ସେ ଏଟିଏମ, ଟଙ୍କା, ଗହଣା ମାଗିଥିଲା । ହେଲେ ମହିଳା ଜଣଙ୍କ ତାଙ୍କ ପାଖରେ କିଛି ନାହିିଁ ବୋଲି କହିଥିଲେ । ଏଥିରେ ବିରକ୍ତି ହୋଇ ସେଠାରୁ ଚାଲିଯାଇଥିଲା ଚୋର, ଆଉ ଯିବା ବେଳେ ସେ ମହିଳା ଚୁମ୍ବନ ଦେଇ ଯାଇଥିଲା ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସାଧାରଣ ଚୋରୀ ଠୁ ଏ ଥିଲା ଭିନ୍ନ । ତେବେ ଘଟଣା ପରେ ମହିଳା ଜଣକ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଚୋରକୁ ଗିରଫ କରିଛି ।