ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ, ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘କଲ୍କି ୨୮୯୮ ଏଡି’ (KALKI 2898AD) କୁ ନେଇ ବିବାଦ ଦେଖାଦେଇଛି । ଫିଲ୍ମରେ କର୍ଣ୍ଣଙ୍କ ଭୂମିକାକୁ ନେଇ ପ୍ରସ୍ତୁତ କାହାଣୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଲିରିସିଷ୍ଟ ଅନନ୍ତ ଶ୍ରୀରାମ । ଆଧୁନିକ ଯୁଗରେ ପୌରାଣିକ ବିଷୟରେ ତ୍ରୁଟିପୂର୍ଣ୍ଣ କାହାଣୀକୁ ନେଇ ସେ ବର୍ଷିଛନ୍ତି । ଫିଲ୍ମରେ ଅର୍ଜୁନଙ୍କଠାରୁ କର୍ଣ୍ଣଙ୍କୁ ଅଧିକ ଭଲ ଦେଖାଇବାକୁ ନେଇ ରାଗିଛନ୍ତି ଅନନ୍ତ ଶ୍ରୀରାମ । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କି ଯେଉଁଠାରେ କର୍ଣ୍ଣଙ୍କୁ ଅର୍ଜୁନଙ୍କ ଠାରୁ ଅଧିକ ଶ୍ରେଷ୍ଠ ବୋଲି ଦେଖାଯାଉଛି ସେଠାରେ ଆମେ କେମିତି ଚୁପ ରହିବା ।
ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ ଲେଖକ ଅନନ୍ତ ଶ୍ରୀରାମ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଆଧୁନିକ ଚଳଚ୍ଚିତ୍ର ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ଫିଲ୍ମ ନିର୍ମାତାମାନେ ଐତିହାସିକ କାହାଣୀକୁ ଫିଲ୍ମରେ କିପରି ଖଣ୍ଡ ବିଖଣ୍ଡିତ କରି ଦେଖାଯାଉଛନ୍ତି ତାହା ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି । ଏହିଭଳି ଫିଲ୍ମକୁ ସମ୍ପୂର୍ଣ୍ଣଭାବରେ ବହିଷ୍କାର କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି ।
ଅନନ୍ତ ଶ୍ରୀରାମ କହିଛନ୍ତି, ‘କଲ୍କି ୨୮୯୮ ଏଡି’ରେ କର୍ଣ୍ଣଙ୍କୁ ଅର୍ଜୁନଙ୍କଠାରୁ ଶ୍ରେଷ୍ଠ ବୋଲି ଦର୍ଶାଗଲା, “ତାକୁ ଖଣ୍ଡ ବିଖଣ୍ଡିତ କରି କାହାଣୀରେ କୁହାଗଲା ସେତେବେଳେ ଆମେ କେମିତି ଚୁପ୍ ରହିପାରିଲୁ ? ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ ହେଉଥିଲା ସେତେବେଳେ କର୍ଣ୍ଣ କଣ କଲେ ?” ଚଳଚ୍ଚିତ୍ର ଦୁନିଆ ଜଡ଼ିତ ଥିବାରୁ ନିଜକୁ ନିଜେ ଲଜ୍ଜା ଅନୁଭବ କରୁଛି ବୋଲି କହିଛନ୍ତି ଶ୍ରୀରାମ । ସେ ଆହୁରି ଆଗକୁ ଆହୁରି କହିଛନ୍ତି କି ଜଣେ ନିର୍ଦ୍ଦେଶକ ବ୍ରହ୍ମାଣ୍ଡ ନାୟକୁଡୁ (ଭଗବାନ ବିଷ୍ଣୁଙ୍କ ସନ୍ଦର୍ଭ)କୁ ନିଜ କାହାଣୀରେ ସ୍ଥାନ ଦେବାକୁ ମନା କରିଦେଇଥିଲେ ସେବେଠାରୁ ଉକ୍ତ ନିର୍ଦ୍ଦେଶକଙ୍କ ସହିତ ଆଗାମୀ ଦିନରେ କାମ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି । ତେବେ ସୋସିଆଲ ମିଡିଆରେ କେତେ ଜଣ ତାଙ୍କୁ ପ୍ରଶଂସା କରୁଥିବାବେଳେ କେତେ ଜଣ ତାଙ୍କୁ ସମାଲୋଚନା କରିଛନ୍ତି । କେବଳ ଲୋକପ୍ରିୟତା ପାଇଁ ସେ ଏମିତି କହୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।
‘କଲ୍କି ୨୮୯୮ ଏଡି’ (KALKI 2898AD) ମୁକ୍ତିଲାଭ କରିବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ବିଶ୍ୱବ୍ୟାପୀ ଫିଲ୍ମ ୧୧୦୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ସହିତ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି ।