ଗଞ୍ଜାମ: ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ୱସ୍ତି । ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ସାଂସଦ । ଏମପି ଓ ଏମଏଲ ସ୍ୱତନ୍ତ୍ର କୋର୍ଟରେ ବିଚାର ହୋଇଥିଲା । ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ସେହିପରି ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା। ତେବେ ଆଜି ୨ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ କାଲି ଅନ୍ୟ ୩ଟି ଠକେଇ ମାମଲାର ଶୁଣାଣୀ କରାଯିବ ।
ସେପଟେ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । କହିଛନ୍ତି, ସତ୍ୟର ହୋଇଛି ବିଜୟ । ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।