ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି ଠୁ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୦ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ୧୮ତମ ପ୍ରବାସୀ ମହାକୁମ୍ଭରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଅବସରରେ ଶତାଧିକ ଭିଆଇପି ଓ ଭିଭିଆଇପି ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ତଥା ଜନସାଧାରଣଙ୍କ ଉତ୍ତମ ଗମନାଗମନ ପାଇଁ ଏକାଧିକ ସ୍ଥାନରେ ଯିବା ଆସିବା ରୁଟ ପରିବର୍ତ୍ତନ କରାଯାଇଛି।
ଏଥିପାଇଁ ସହରରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ୍। ଆପଣ ଯଦି ଭୁବନେଶ୍ୱରରେ ରୁହନ୍ତି କିମ୍ବା ସେହି ୩ଦିନ ଭିତରେ ଭୁବନେଶ୍ୱର ଆସୁଛନ୍ତି ତେବେ ଜାଣି ନିଅନ୍ତୁ ପୋଲିସର ପୂରା ବ୍ୟବସ୍ଥା କ’ଣ।
ବୁଧବାର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ସକାଳ ୭.୫୦ରୁ ସନ୍ଧ୍ୟା ୮.୨୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ ଓ ରାଜଭବନ ରାସ୍ତା ବନ୍ଦ ରଖାଯିବ।
ସେହିପରି ଦ୍ବିତୀୟ ଦିନରେ ସକାଳ ୯.୩୦ରୁ ସକାଳ ୧୦ ଯାଏ ରାଜଭବନ ଛକ, ପାୱାର ହାଉସ ଛକ, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକର ରାସ୍ତା ବନ୍ଦ ରହିବ।
ସେହିପରି ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨.୦୦ ଯାଏ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ, ପାୱାର ହାଉସ ଛକ, ରାଜଭବନ ଛକ, ଏଜି ଛକ ବାମ ମୋଡ, ଡାହାଣ ମୋଡ, ହସ୍ପିଟାଲ ଛକ ଓ ଏୟାର ପୋର୍ଟ ଛକର ରାସ୍ତା ବନ୍ଦ ରହିବ।
ଅପରାହ୍ନ ୪.୨୦ ମିନିଟରୁ ୪.୫୦ ମିନିଟ ଯାଏ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ ଓ ରାଜଭବନ ରାସ୍ତା ବନ୍ଦ ରଖାଯିବ। ଶୁକ୍ରବାର ଅନ୍ତିମ ଦିନରେ ସକାଳ ୧୧.୨୦ରୁ ୧୧.୫୦ ମିନିଟ ଯାଏ ରାଜଭବନ ଛକ, ପାୱାର ହାଉସ ଛକ, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକର ରାସ୍ତା ବନ୍ଦ ରହିବ।
ସେହିପରି ଅପରାହ୍ନ ୪.୫୦ରୁ ସନ୍ଧ୍ୟା ୫.୨୫ ଯାଏ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ, ପାୱାର ହାଉସ ଛକ, ରାଜଭବନ ଛକ, ଏଜି ଛକ ବାମ ମୋଡ, ଡାହାଣ ମୋଡ, ହସ୍ପିଟାଲ ଛକ ଓ ଏୟାର ପୋର୍ଟ ଛକର ରାସ୍ତା ବନ୍ଦ ରହିବ। ଏହି ସମୟରେ କେବଳ ଜରୁରୀ କାଳୀନ ଡ୍ୟୁଟିରେ ନିୟୋଜିତ ଥିବା ଅଗ୍ନିଶମ ଓ ଆମ୍ବୁଲାନ୍ସ ଗୁଡିକ ଏହି ରାସ୍ତା ଦେଇ ଯାତାୟତ କରିପାରିବେ।