ଆଜିଠୁ ବୃଦ୍ଧି ପାଇବ ରାତି ତାପମାତ୍ରା । ଦିନ ତାପମାତ୍ରା କମିବା ସହିତ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଯାହା ଫଳରେ ଶୀତର ପ୍ରକୋପ କମିବ । ଏହାର ପ୍ରଭାବରେ ଅନୁଗୁଳ , ଢେଙ୍କାନାଳ , ଯାଜପୁର , କଟକ , ଖୋର୍ଦ୍ଧା , ଗଜପତି , ରାୟଗଡା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବ । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ଗତକାଲି ତୁଳନାରେ ଭୁନେଶ୍ବର ତାପମାତ୍ରା ୧.୩ ଡିଗ୍ରୀ ହ୍ରାସ ପାଇଛି ଏହା ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।