ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଜି ହେଉଛି ଜନ୍ମଦିନ । ମୁଖ୍ୟମନ୍ତ୍ରୀଙ୍କ ଆଜି ୫୩ ତମ ଜନ୍ମଦିବସ । ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦଳୀୟ କର୍ମୀ, ନେତୃବୁନ୍ଦଙ୍କ ସମେତ ସାରା ଦେଶରୁ ତାଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ବାର୍ତ୍ତା ଆସୁଛି ।
ସାଢେ ୪ କୋଟି ଓଡ଼ିଆଙ୍କ ମୁଖିଆଙ୍କୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଜନ୍ମଦିନ ପାଇଁ ଶୁଭକାମନା ଜଣାଉଛନ୍ତି । ଜଣେ ସରଳ ବ୍ୟକ୍ତିତ୍ୱ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ୨୦୨୪ରେ କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ ।