ବଲାଙ୍ଗିର : ଜୁଆ ଖେଳୁଥିଲେ ସରକାରୀ କର୍ମଚାରୀ। ଧରିନେଲା ପୁଲିସ। ରବିବାର ବିଲମ୍ବିତ ରାତ୍ରିରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହର ନିକଟସ୍ଥ ପ୍ରସିଦ୍ଧ କୁମୁଡା ପାହାଡ ପଛ ପଟରେ ଥିବା ଜଙ୍ଗଲ ଭିତରେ ଚାଲୁଥିବା ଏକ ଜୁଆ ଆଡ୍ଡା ଉପରେ ଟିଟିଲାଗଡ଼ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଜୁଆ ଖେଳରେ ମାତାଲ ଥିବା ୯ ଜଣ ଜୁଆଡ଼ିଙ୍କୁ ପୁଲିସ୍ କାବୁ କରିଥିଲା । ସେମାନଙ୍କ ପାଖରୁ ନଗଦ ୮୨ ହଜାର ୫୦୦ଶହ ଟଙ୍କା, ଛ ପ୍ୟାକେଟ ଟାସ, ଛ ଗୋଟି ମୋବାଇଲ ଫୋନ, ଦୁଇ ଟି ବାଇକ, ସହ ବିଦ୍ୟୁତ ତାର, ବଲବ ଆଦି ଜବତ କରିଛି ।
ଯାହା ସୂଚନା ରହିଛି ଜୁଆଡ଼ି ମାନଙ୍କ ମଧ୍ୟରୁ କେତେକ ସରକାରୀ କର୍ମଚାରୀ ଥିବା ଜଣାପଡିଛି। କୁମୁଡା ପାହାଡ ନିକଟରେ ଦୀର୍ଘ ଦିନ ଧରି ଜୁଆ ଚାଲୁଥିବା ନେଇ ପୁଲିସ ପାଖରେ ଅଭିଯୋଗ ଆସିଥିଲା । ଯାହାକୁ ନେଇ ଟିଟିଲାଗଡ଼ ଥାନା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିବା ସହ ଜୁଆଡ଼ି ମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।