ବଲାଙ୍ଗିର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ମହୋତ୍ସବକୁ ନେଇ ବଡ଼ ଖବର ଆସିଛି । ରକ୍ତ ରଞ୍ଜିତ ହେବାକୁ ଥିବା ଶୁଲିଆ ଯାତ୍ରା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରି ନ ଥିବା ଜଣାପଡ଼ିଛି । ଆସନ୍ତା କାଲିଠୁ ୭ ତାରିଖ ଯାଏଁ ଖଇରଗୁଡ଼ା ଓ କୁମୁରିଆରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବାର ଥିଲା । ଏହି ଯାତ୍ରାରେ ପଶୁ ବଳି ଦିଆଯାଇଥାଏ । ପ୍ରତିବର୍ଷ ଶୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଥାଏ । ସେଥିପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।