ଭୁବନେଶ୍ୱର: ଆଜିଠୁ ପାଞ୍ଚ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ । ଆଜି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ । ଆଜି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ କୋଣାର୍କ ଯାଇ ଇକୋ ରିଟ୍ରିଟରେ ରାତ୍ରୀ ଯାପନ କରିବେ ।
ଆସନ୍ତାକାଲି ସକାଳେ ସୂର୍ଯ୍ୟ ମନ୍ଦିରର ବୁଲିବା ସହିତ ଶ୍ରୀ ଜୀଉଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଏହା ପରେ ଧଉଳି ଶାନ୍ତି ସ୍ତୁପ ବୁଲିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି । ବିଭିନ୍ନ ଦେଶରୁ ପ୍ରବାସୀମାନେ ଆସିବା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।