ପୁରୀ : ଦୀର୍ଘ ୭୨ ଦିନ ଅର୍ଥାତ୍ ଦୁଇ ମାସ ଏଗାର ଦିନରେ ପହଞ୍ଚିଛି ବଡଦାଣ୍ଡରେ ଥିବା ଗରିବ ଉଠା ଦୋକାନୀ ମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା । ପ୍ରାୟ ୧୪ ମାସରୁ ଉର୍ଦ୍ଧକାଳ ହେବ ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିଲେ ହଜାର ହଜାର ଗରିବ ଉଠାଦୋକନୀ। ପୂର୍ବ ସରକାର ସମୟରେ ପ୍ରଶାସନ ସହ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲା ଯେ, ଦୁଇମାସ ମଧ୍ୟରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ଯଥା ଶ୍ରୀସେତୁ ନିକଟରେ ଭିତି ଭୂମିର ସ୍ଥାପନ କରାଯାଇ ସେଠାକୁ ସ୍ଥାନାନ୍ତର କରାଯିବ ଓ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ମାସିକ ଆର୍ଥିକ ସହାୟତ ପ୍ରଦାନ କରାଯିବ । ଏବେ ୧୪ ମାସ ପୁରିଥିଲେ ମଧ୍ୟ ନିର୍ଦ୍ଧାରିତ ସ୍ଥାନରେ କୌଣସି କାର୍ଯ୍ୟ ହେଲାନାହିଁ ଓ ଆର୍ଥକ ସହାୟତା ମଧ୍ୟ ବନ୍ଦ କରିଦିଆଯାଇଛି । ଏହାର ପ୍ରତିବାଦରେ ସମସ୍ତ ଦୋକାନୀ ବଡ଼ଦାଣ୍ଡରେ ଧାରଣ ଦେଇଛନ୍ତି। ଏଥିସହ ଏହି ଧାରଣାକୁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ।
ତେବେ ଆସନ୍ତା ୮,୯ ଓ ୧୦ ତାରିଖରେ ସମସ୍ତ ଧାରଣାରତ ଉଠାଦୋକାନୀ ନିର୍ଜଳ ଉପବାସ ସହ ଆମରଣ ଅନଶନ କରିବାକୁ ସମୂହ ନିଷ୍ପତି ନେଇଛନ୍ତି ।