ସମ୍ବଲପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ ହେଉଛି । ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ରଥକୁ ଆଜି ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସପି ମୁକେଶ କୁମାର ଭାମୁ ଅତିଥି ଭାବରେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥଲେ । ଲୋକମାନଙ୍କୁ ସଡକ ସୁରକ୍ଷା ଦିଗରେ ସଚେତନତା କରିବା ପାଇଁ ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଜ୍ଜିତ ହୋଇ କଳାକାର ମାନେ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମାବଳୀ ଓ ସଡ଼କ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଯେପରିକି ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ନିହାତି ଆବଶ୍ୟକ । ଏଥିସହିତ ଟ୍ରାଫିକ ନିୟମ ପାଳିବା ମଧ୍ୟ ନିହାତି ଜରୁରୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।