ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୬ ଜଣ ଆଇଏଏସଙ୍କର ଆଜି ବିଭାଗ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ହଟିଛନ୍ତି ଆଇଏଏସ୍ ଅରିନ୍ଦମ ଡାକୁଆ । ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ଓ ପଦାଧିକାରୀ ଅତିରିକ୍ତ ନିର୍ଦ୍ଦେଶକଭାବେ ନୂତନ ଦାୟିତ୍ୱ ମିଳିଛି । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଗତବର୍ଷ ଜୁଲାଇ ୧୭ ତାରିଖରେ ତାଙ୍କୁ ଏହି ବ୍ୟକ୍ତିଗତ ସଚିବ ଦାୟିତ୍ୱ ମିଳିଥିଲା । ମାତ୍ର ୫ ମାସ ପରେ ତାଙ୍କୁ କହିଁକି ଏହି ପଦରୁ ହଟାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନି ।
୧୯୯୯ ବ୍ୟାଚ୍ ଆଇଏଏସ୍ ଏନ.ବି.ଏସ ରାଜପୁତ, ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ରହିବେ ।
ସେହିପରି ୨୦୦୦ ବ୍ୟାଚ୍ ଆଇଏଏସ ତେମଜେନ୍ୱାପଙ୍ଗ ଏଓଙ୍କୁ ଯୋଜନା ଓ ଅଭିସରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନୂତନ ଦାୟିତ୍ୱ ମିଳିଛି । ୨୦୦୮ ବ୍ୟାଚ୍ ଆଇଏଏସ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ କମିଶନର ଏବଂ ସଚିବଭାବେ ଦାୟିତ୍ୱ । ସେ IPICOL ଓ IDCOର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପ ଓ ପରିଚାଳନା ବିଭାଗର ଅତିରିକ୍ତ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ସହିତ ନୂତନ ଦାୟିତ୍ୱ ମଧ୍ୟ ସମ୍ଭାଳିବେ ।
ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଓଡ଼ିଶା ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗର ନିର୍ଦ୍ଦେଶକଭାବେ ନୂତନ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାର ନିର୍ଦ୍ଦେଶକ ସହିତ ଓଡ଼ିଶା ଆଗ୍ରୋ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି ।