ସମ୍ବଲପୁର: ଆଜି ଚଳିତ ବର୍ଷ ପ୍ରଥମ ଥର ପାଇଁ ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲାଯିବ । ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇଛି । ସେଥିପାଇଁ ଜଳ ଭଣ୍ଡାର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ । ପୂଜାର୍ଚ୍ଚନା କରାଯିବା ପରେ ଜଳ ଭଣ୍ଡାରରୁ ପାଣି ଛଡ଼ାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲାଯିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି।
ବନ୍ୟାଜଳ ନିଷ୍କାସନ ହେବାପରେ ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡରେ ରହୁଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବ ସେଥିପାଇଁ ଲୋକଙ୍କୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି। ହୀରାକୁଦ ଗେଟ୍ ଖୋଲାଯିବା ଫଳରେ ୧୩ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି ।