ରାଉରକେଲା: ଜଙ୍ଗଲରେ ନକ୍ସଲମାନେ ବିଝାଇଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣ ଘଟି ଏକ ହାତୀ ଛୁଆ ଗୁରୁତର ଆହତ ହୋଇଛି । ଏପରି ଏକ ଘଟଣା ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଘଟିଛି । ବିସ୍ପୋରଣରେ ଛୁଆ ହାତୀର ବାମ ଗୋଡ଼ରେ ଆଘାତ ଲାଗିଛି । ଫଳରେ ସେ ଚଳପ୍ରଚଳ ହେବାରେ ବାଧା ସୃଷ୍ଟି ହେଉଛି । ଏନେଇ ବନ ବିଭାଗ କର୍ମଚାରୀ ଖବର ପାଇ ଜଙ୍ଗଲରୁ ଗୁରୁତର ଛୁଆ ହାତୀକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିଛି । ସରଣ୍ଡା ଡିଏଫଓଙ୍କ ନେତୃତ୍ୱରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି । ଉଦ୍ଧାର ପରେ ଛୁଆ ହାତୀର ଚିକିତ୍ସା କରାଯିବ । ସୁସ୍ଥ ହେବା ପରେ ହାତୀକୁ ଜଙ୍ଗଲକୁ ଛଡ଼ାଯିବ ବୋଲି ସୂଚନା ମିଳିଛି ।