ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ରାଉରକେଲାରେ ପହଞ୍ଚିଲେ। ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାପରେ ସେଠାରୁ ସିଧା ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ରାଉରକେଲାରେ ପହଞ୍ଚିଛନ୍ତି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି।
ରାଉରକେଲାରେ ଆଜି ରାଷ୍ଟ୍ରପତି ୧୫୮ କୋଟିର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ। ସେଠାରେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଲୋକାର୍ପଣ କାର୍ଯ୍ୟକ୍ରମ ସହ ଆଦିବାସୀ ସଂଗ୍ରହାଳୟକୁ ମଧ୍ୟ ଲୋକାର୍ପଣ କରିବେ ରାଷ୍ଟ୍ରପତି। ପ୍ଲାନେଟାରିୟମ ଓ ମ୍ୟୁଜିୟମର ଉଦଘାଟନ କରିବେ। ଏଥିପାଇଁ ପୋଲିସ ଛାଉଣିରେ ହୋଇଛି ଇସ୍ପାତ ସହର।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ରାଉରକେଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।ରାଉରକେଲା ୱାନ୍’ ପ୍ରକଳ୍ପ ଅଧୀନରେ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର କୋଏଲ ନଗରରେ ଏକ ବିଶାଳ ପାର୍କ ଏବଂ ଛେଣ୍ଡ କଲୋନୀରେ ଏକ ପ୍ଲାନେଟାରିୟମର ମଧ୍ୟ ଶୁଭାରମ୍ଭ କରିବେ।
ରାଷ୍ଟ୍ରପତି ପାନପୋଷ ସର୍କିଟ୍ ହାଉସରେ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହେବାର ଆଶା କରାଯାଉଛି। ବିମାନ ବନ୍ଦର ପଡ଼ିଆରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କ ବସିବାର ବ୍ୟବସ୍ଥାକରାଯାଇଛି। ଏଥିରେ ରାଉରକେଲା ସହର ସମେତ ବିଭିନ୍ନ ସ୍ଥାନରୁ ୩ ହଜାର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।