କେନ୍ଦୁଝର: କେନ୍ଦୁଝରରେ ପରକିଆ ପ୍ରୀତିର କରୁଣ ପରିଣତି। ସ୍ୱାମୀର ତୀର ମାଡରେ ସ୍ତ୍ରୀ ମୃତ। ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚିନି ମୁଣ୍ଡା ଅନ୍ୟ ଜଣେ ପୁରୁଷଙ୍କ ସହ ରହିଥିଲା ପ୍ରେମ ସମ୍ପର୍କ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁବବେଳେ ଝଗଡା ଲାଗୁଥିଲା ।
ଗତକାଲି ବିଳମ୍ବିତ ରାତିରେ ଝଗଡା ଉଗ୍ର ରୂପ ନେଇଥିଲା । ଫଳରେ ଉତ୍ୟେକ୍ତ ହୋଇ ସ୍ୱାମୀ ଦଶରା ମୁଣ୍ଡା ପତ୍ନୀଙ୍କୁ ତୀରମାଡ଼ କରିଥିଲେ । ତୀରଟି ଚିନିଙ୍କ ଛାତିରେ ବାଜିଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରିଥିଲେ । ହେଲେ ସେଠାରେ କିଛି ସମୟ ପରେ ତାଙ୍କ ମୃତ୍ୟୁ ଘଟିଛି । ସେପଟେ ଘଟଣାପରେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଅଟକ ରଖି କରୁଛି ପଚରାଉଚରା ।