ଜଙ୍ଗଲରୁ ଉଦ୍ଧାର ହେଲା ହାତୀ ଛୁଆର ମୃତଦେହ । ସୂଚନା ଅନୁସାରେ , କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହି ଜଙ୍ଗଲ ନିକଟରୁ ଏକ ହାତୀଛୁଆର ମୃତଦେହକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯିବା ବେଳେ ହାତୀଛୁଆଟି ମରି ପଡିଥିବାର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତ ହାତୀଛୁଆଟିକୁ ଉଦ୍ଧାର କରିଥିଲା । ତେବେ ହାତୀ ଛୁଆଟିର ମୃତ୍ୟୁ କିପରି ହେଲା ସେ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏବେ ବନବିଭାଗ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ରାତି ପାହିଲେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ