ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ଆରମ୍ଭ ହେଲା ସେଡ୍ ନିର୍ମାଣ କାର୍ଯ୍ୟ । ଯେପରି କି ଭକ୍ତମାନେ ସୁରୁଖୁରୁ ରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପ୍ରତି ଧ୍ୟାନ ଦେଇ ଏହାକୁ ଆରମ୍ଭ କରାଯାଇଛି । ଏବେ ଖରା, ବର୍ଷା ଓ ଗୁଳୁଗୁଳିରୁ ରକ୍ଷା ପାଇ ପାରିବେ ଭକ୍ତ। ବର୍ତ୍ତମାନ ବଡ଼ ଦାଣ୍ଡରେ ଏସି ,ସଡ୍ ପାଥ୍ ୱେ ନିର୍ମାଣର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସେଡ୍ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକର ଦୁଇ ପାର୍ଶ୍ବରେ ତିଆରି ହେବ । ଏହାସହ ସେଠାରେ ଆସିଥିବା ଭକ୍ତଙ୍କ ବସିବା ପାଇଁ ସ୍ଥାନ କରାଯିବ ସହ ସହ ପାନୀୟଜଳର ବ୍ୟବସ୍ଥା ଏବଂ ସୂଚନା ପ୍ରଦାନ ପାଇଁ ମାଇକ ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ଏହି କାର୍ଯ୍ୟଟି ଡିସେମ୍ବର ୨୫ ପର୍ଯ୍ୟନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।