ଟ୍ରକ ସହ ଧକ୍କା ହେଲା କାର । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଦିନକୁ ଦିନ ଦୁର୍ଘଟଣା ଘଟିଚାଲିଛି । ଯାହାଫଳରେ କାରହ ଜୀବନ ଚାଲିଯାଉଛି ତ ଆଉ କିଏ ଆହତ ହୋଇଯାଉଛନ୍ତି । ଟ୍ରକ ସହ କାର ଧକ୍କା ହେବାପରେ କାରଟି ରାସ୍ତା କଡ଼କୁ ଘୋଷାଡ଼ି ହୋଇଯାଇଥିଲା । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ସମ୍ବଲପୁର ପଟରୁ ରେଢ଼ାଖୋଲ ଯାଉଥିଲା ଏକ କାର । କାରର ବିପରୀତ ପଟରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ କାରର ଧକ୍କା ହୋଇଥିଲା । ଫଳରେ କାରଟି ରାସ୍ତା ତଳକୁ ଖସି ଯାଇଥିବାବେଳେ ଟ୍ରକଟି ମଧ୍ୟ ରାସ୍ତା କଡରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ଫଳରେ କାର ଚାଳକ ଜଣକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ମାରିଥିବା ବେଳେ ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ପୋଲିସ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।