କଟକ ଜିଲ୍ଲା ସାଲେପୁର ଥାନା ଭୋଟ ନିକଟରେ ଏକ ବଡ ଅଘଟଣ ଦେଖିବାକୁ ମିଳିଛି । କେନାଲ ଭିତରକୁ ଟ୍ରାକ୍ଟର ଓଲଟି ପଡିଛି । ଯେଉଁଥିରେ ଚାପି ହୋଇ ଜଣେ ନାବାଳକର ହେଲପରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଟ୍ରାକ୍ଟରଟି କୈାଣସି ଏକ କାମରେ ଯାଉଥିବା ବେଳେ ଭୋଟ ନିକଟରେ ଗାଡିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ହେଲପର ଜଣଙ୍କ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ଏବଂ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ତେବେ ଖବର ପାଇ ସାଲେପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।