ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଚୁନା ଘାଟିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ଘାଟିରେ ବ୍ରେକ ଫେଲ ହୋଇ ଏକ ଲୁହା ପଥର ବୋଝେଇ ଟ୍ରକ ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଛି । ଫଳରେ ଟ୍ରକଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ଟ୍ରକ୍ ଟି ଯାଉଥିବା ବେଳେ ହଠାତ୍ ବ୍ରେକ୍ ଫେଲ୍ ହୋଇଥିଲା। ଫଳରେ ଟ୍ରକ୍ଟି ଆଗରେ ଯାଉଥିବା ଟ୍ରକ୍କୁ ପିଟିବା ସହ ବହୁ ବାଟ ଘୋଷାଡ଼ି ହୋଇ ଯାଇଥିଲା। ଫଳରେ ତା’ ଭିତରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଯାଇଥିଲେ। ତେବେ ଖବର ପାଇ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଟ୍ରକକୁ କାଟି ଉଭୟ ଡ୍ରାଇଭର ଓ ହେଲପର କୁ ଉଦ୍ଧାର କରିଥିଲେ । କିନ୍ତୁ ଘଟଣା ସ୍ଥଳରେ ଡ୍ରାଇଭର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି