ଦିଲ୍ଲୀ କ୍ୟାପିଟାଲ୍ସର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଜେକ ଫ୍ରେଜର ମ୍ୟାକଗର୍କ ଶେଷରେ ଅଷ୍ଟ୍ରେଲିଆର ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି । ଆଇପିଏଲ ୨୦୧୪ ରେ ନିଜ ବ୍ୟାଟ ସହିତ ବୋଲରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ଜେକ ଫ୍ରେଜର ମ୍ୟାକଗର୍କଙ୍କୁ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ରିଜର୍ଭ ଖେଳାଳି ଭାବରେ ଅଷ୍ଟ୍ରେଲିଆ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ମ୍ୟାକଗର୍କଙ୍କ ବ୍ୟତୀତ ସ୍ପିନର ମ୍ୟାଟ ସର୍ଟଙ୍କୁ ମଧ୍ୟ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।
ଆଇପିଏଲ ୨୦୨୪ ରେ ଜେକ ଫ୍ରେଜର ମ୍ୟାକଗର୍କ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରି ଦିଲ୍ଲୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମ୍ୟାକଗର୍କ ଚଳିତ ଆଇପିଏଲରେ ମାତ୍ର ୯ ଟି ମ୍ୟାଚରେ ୨୩୪.୦୪ ଷ୍ଟ୍ରାଇକ ରେଟ ରେ ୩୩୦ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ପୂର୍ବରୁ ଦଳ ଘୋଷଣା କରିଥିଲା ଏବଂ ଏହି ଦଳରେ ଜେକ ଫ୍ରେଜର ମ୍ୟାକଗର୍କ ଅନ୍ତର୍ଭୁକ୍ତ ହୋଇନଥିଲେ। ଏହା ପରେ କୁହାଯାଇଥିଲା ଯେ ଯୁବ ଖେଳାଳି ଟି -୨୦ ବିଶ୍ୱକପ ପରି ଏକ ବଡ଼ ଟୁର୍ନାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆର ମୁଖ୍ୟ ୧୫ ରେ ସାମିଲ ନଥିଲେ ମଧ୍ୟ ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସ୍ଥାନ ମିଳିଛି ।
ଅଷ୍ଟ୍ରେଲୀୟ ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଜେକ ଫ୍ରେଜର ମ୍ୟାକଗର୍କ ଗତ -୧୫ ରେ ଏକ ସ୍ଥାନ ପାଇଁ ଗୁରୁତର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ସେ କହିଛନ୍ତି ଯେ ଟପ୍ -୧୫ ରେ ମ୍ୟାକଗର୍କ୍ ଙ୍କୁ ଚୟନ କରାଯାଇ ନାହିଁ କାରଣ ଟପ୍ ଅର୍ଡରରେ ଅଭିଜ୍ଞ ଖେଳାଳିଙ୍କୁ ଦଳ ଗୁରୁତ୍ୱ ଦେଇଛି, ଯେଉଁଥିରେ ଡେଭିଡ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ ଏବଂ କ୍ୟାମେରନ୍ ଗ୍ରୀନ୍ ଭଳି ଖେଳାଳି ସ୍ଥାନ ପାଇଛନ୍ତି ।
ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ : ଆଷ୍ଟନ୍ ଅଗର, ପ୍ୟାଟ୍ କମିନ୍ସ, ଟିମ ଡେଭିଡ, ନାଥାନ ଏଲିସ୍, କ୍ୟାମେରନ ଗ୍ରୀନ, ଜସ ହାଜଲେଉଡ, ଟ୍ରାଭିସ ହେଡ, ମିଚିଲ ମାର୍ଶ (ଅଧିନାୟକ), ଜୋଶ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ଏବଂ ଆଡାମ ଜାମ୍ପା
ରିଜର୍ଭ ଖେଳାଳି : ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ, ମ୍ୟାଟ ସର୍ଟ
ଅଧିକ ପଢନ୍ତୁ : ବିଶ୍ୱକପ ପୂର୍ବରୁ ନ୍ୟୁୟର୍କରେ ଭାରତ ଖେଳିବ ଅଭ୍ୟାସ ମ୍ୟାଚ