ମଙ୍ଗଳବାର ମହାରାଷ୍ଟ୍ର ନାସିକର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ଯାଇଛି । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଉ ଦୁର୍ଘଟଣଆର ମାତ୍ରା ଏତେ ଅଧିକ ଥିଲା ଯେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ବସଟିକୁ ମଝିରୁ କାଟିବାକୁ ପଡିଥିଲା । ସୂଚନା ଅନୁସାରେ ବସଟି ନାଶିକରୁ ଜାଲଗାଓଁ ଯାଉଥିବା ବେଳେ ସାମ୍ନା ପଟରୁ ଆ ସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଯାହା ଫଳରେ ବସଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଏବଂ ଏନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ଏବଂ ମୃତ ଲୋକଙ୍କୁ ବସରୁ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ପଠାଇଥିଲା ।