ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସନ୍ଦେହ କରାଯାଉଛି । ପୋଲ ତଳୁ ମୃତଦେହ ଉଦ୍ଧାର ସହ ଏକ କଳାରଙ୍ଗର ବାଇକ ମଧ୍ୟ ଜବତ କରାଯାଇଛି । ଭଳି ଘଟଣା ସାମ୍ନାକୁ ଆସିଛି ଟିଟିଲାଗଡ଼ରୁ ।
ସୂଚନା ଅନୁଯାୟୀ,ଟିଟିଲାଗଡ ନିକଟ ଜଗୁଆ ଗାଁର ନିର୍ମାଣାଧୀନ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏଥିସହ ଏକ କଳା ରଙ୍ଗର ପଲସର ବାଇକ ପୋଲ ତଳେ ଚାପି ହୋଇ ରହିଥିଲାବେଳେ ପାଖରେ ଯୁବକଙ୍କ ମୃତଦେହ ପଡିଥିଲା । ତେବେ ଯୁବକଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।