ମଝି ଚିଲିକିରେ ଅଟକିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତୃଟି ପାଇଁ ଅଟକିଲା ଯାତ୍ରୀବାହି ଡଙ୍ଗା । ତେବେ ସେହି ଡଙ୍ଗାରେ ପ୍ରାୟ 25ରୁ ଉର୍ଦ୍ଧ ଯାତ୍ରୀ ଥିଲେ । ଏହା ସହ 13ଟି ଗାଡି ଥିଲା । ଆଜି ସକାଳେ ଡଙ୍ଗାଟି ସାତପଡାରୁ ଜହ୍ନିକୁଦାକୁ ଯାଉଥିବା ବେଳେ ଡଙ୍ଗାଟି ମଝି ସମୁଦ୍ରରେ ଅଟକି ଯାଇଛି ।
ସୂଚନାଯୋଗ୍ୟ, ଏହି ଭଳି ଘଟଣା କିଛି ନୂଆ ନୁହଁ । ଏହି ଭଳି ଘଟଣା ଆମ ସାମ୍ନାରେ ବହୁତଥର ଆସୁଛି । ତେବେ ଗତ ଫେବୃଆରୀ 25 ତାରିଖରେ ଏହି ଭଳି ଗୋଟେ ସମାନ ଘଟଣା ଦେଖିବାକୁ ମିଳିଥିଲା। ଡଙ୍ଗାଟି ଯାନ୍ତ୍ରିକ ତ୍ରୃଟି ପାଇଁ ଚିଲିକା ମଝିରେ ଫସିଥିଲା । ଏହି ଡଙ୍ଗାରେ ପ୍ରାୟ 30 ଜଣ ଯାତ୍ରୀ ଥିବା ବେଳେ 8ରୁ ଅଧିକା ବାଇକ ଥିବା ସୂଚନା ମିଳିଥିଲା ।
ଅଧିକା ପଢନ୍ତୁ:ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ