ବ୍ୟାଙ୍କ ରୁ ହେଲା ଲୁଟ ।ସିସିଟିଭିକୁ କାଗଜରେ ଘୋଡାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ଖସି ପଳାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲାରେ ଘଟିଛି ଏଭଳି ଘଟଣା । ରବିବାର ଦିନ ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବେଣୁଦା ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କରେ ହୋଇଛି ଲୁଟ୍। ତେବେ କେତେ ଟଙ୍କା ଚୋରି ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ ।
ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ଗ୍ଯାସ୍ କଟର ସାହାଯ୍ୟରେ ବ୍ୟାଙ୍କର ସଟର କାଟି ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ପଶିଥିଲେ । ସେମାନେ ବ୍ୟାଙ୍କ ଭିତରକୁ ଯିବା ପୂର୍ବରୁ ଚତୁରତାର ସହ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ କାଗଜ ଘୋଡାଇ ଦେବାପରେ ବ୍ୟାଙ୍କରୁ ପ୍ରାୟ ସମସ୍ତ ଟଙ୍କା ଲୁଟ କରି ନେଇଯାଇଛନ୍ତି । କେତେ ଟଙ୍କା ଲୁଟ କରିଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଜଳେଶ୍ବର ଏସଡିପିଓ ଦିଲ୍ଲୀପ କୁମାର ସାହୁ, କମର୍ଦ୍ଦା ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି। ହେଲେ କୌଣସି ସୁରାଗ ପାଇନଥିଲେ । ୨୦୦୭ ମସିହାରେ ଏହି ସ୍ଥାନରେ ଥିବା ୟୁନାଇଟେଡ ବ୍ଯାଙ୍କ ଅଫ ଇଣ୍ଡିଆରୁ ଦିନ ଦ୍ବିପହରରେ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ । ହେଲେ ଆଜିଯାଏଁ ବି ସେ ସ୍ଥାନରେ ସଠିକ ଭାବରେ ସୁରକ୍ଷା ଦିଆଯାଇନାହିଁ । ଯଦି ବ୍ୟାଙ୍କରୁ ଏହି ଭଳି ଭାବେ ଲୁଟ ହେଇଚାଲିବା ତେବେ ସାଧାରଣ ଲୋକଙ୍କ ବ୍ୟାଙ୍କ ଉପରୁ ଭରସା ତୁଟିଯିବ । ସେଥିଲାଗି ବ୍ୟାଙ୍କର ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ହେବ ଆବଶ୍ୟକ। ରବିବାର ଦିନ ଲୁଟ ହେଇଥିବା ଘଟଣାକୁ ନେଇ ପୋଲିସ ଦୁର୍ବୃତ୍ତ ମାନଙ୍କ ଠାବ କରିବାକୁ ଖୋଜ ଖୋଜି କରିବା ସହ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ ;ବେଆଇନ କଫ ସିରପ ବେପାରୀ ଗିରଫ