ପୁଣି ବଲାଙ୍ଗୀରରେ ବିପୁଳ ପରିମାଣର କଫସିରପ ଜବତ ହୋଇଛି । ୧୭ ଶହରୁ ଅଧିକ ବେଆଇନ କଫ ସିରପ ବୋତଲ ଜବତ କରିବା ସହ ୧୮ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଵଲାଙ୍ଗିର ସହର ସୁଦପଡାରେ ବେଆଇନ ଭାବେ କଫ୍ ସିରପ ଚାଲାଣ ହେଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ। ଏହା ସହ ସେମାନଙ୍କ ନିକଟରୁ ଦାମୀ ବାଇକ ଓ କାର ମଧ୍ୟ ଜବତ ହୋଇଛି। ପୋଲିସ ବେପାରୀମାନଙ୍କୁ ଗିରଫ କରିବା ସହ କେବେଠାରୁ ଏହି ନିଶା ବେପାର ଚାଲିଥିଲା ତାହାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ, ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ଗିରଫ କରିଛି ପୋଲିସ। ୧୭ ଶହରୁ ଅଧିକ ବେଆଇନ କଫ ସିରପ ବୋତଲ ଜବତ କରିଛି ପୋଲିସ। ଵଲାଙ୍ଗିର ସହର ସୁଦପଡାରେ ଏହି ଠକ ବେପାରୀମାନେ ଦାମୀ ଗାଡ଼ିରେ କଫ ସିରପ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ଖବର ପାଇ ତାଙ୍କ ଉପରେ ଚଢ଼ାଉ କରିଥିଲା। ଏହା ସହ ସେମାନଙ୍କ ନିକଟରୁ ଦାମୀ ବାଇକ ଓ କାର ମଧ୍ୟ ଜବତ ହୋଇଛି। କିପରି ଓ କେବେଠାରୁ ଏହି ନିଶା ବେପାର ଚାଲିଥିଲା ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
ଅଧିକ ପଢନ୍ତୁ ; ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ