ବଢୁଛି NAC ଦାବି ଆନ୍ଦୋଳନ । ବଙ୍ଗୋମୁଣ୍ଡାକୁ NAC ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଗତ ଶନିବାର ରାଜ୍ୟର କିଛି ସହରକୁ ନୂଆ ବିଜ୍ଞାପିତ ପରିଷଦ ଘୋଷଣା କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ବାଦ୍ ରହିଯାଇଥିବା ଅଂଚଳ ବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଯାହାଫଳରେ ରାଜ୍ୟର କିଛି ଅଂଚଳ ବାସିନ୍ଦା ବନ୍ଦ ଡାକରା ଦେଇଛନ୍ତି ।
ଦୀର୍ଘ ବର୍ଷ ଧରି ବଙ୍ଗୋମୁଣ୍ଡାକୁ ଏନ୍ଏସି କରିବା ବଦଳରେ ଅଣଦେଖା କରାଯାଉଥିଲା । ଏଥପାଇଁ ବାରମ୍ବାର ଆନ୍ଦୋଳନ କରୁଥିଲ ବଙ୍ଗୋମୁଣ୍ଡା ବାସୀ । କିନ୍ତୁରେ ସେମାନଙ୍କୁ ଶୁନ୍ୟ ଫଳ ମିଳିଲା । ରାଜ୍ୟର କିଛି ସହରକୁ ନୂଆ ବିଜ୍ଞାପିତ ପରିଷଦ ଘୋଷଣା କରାଯାଇଥିଲା ବେଳେ ସେଥିରୁ ବାଦ୍ ପଡିଛି ବଙ୍ଗୋମୁଣ୍ଡା । ଯାହାଫଳରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶେଷରେ ବାଧ୍ୟ ହୋଇ ପଞ୍ଚାୟତବାସୀ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି ।
ଏହି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ଏହି ବନ୍ଦରେ ସେହି ଅଂଚଳର ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି । କେବେଳ ଅତ୍ୟାବଶ୍ୟକୀୟ ସେବା ବାଦ୍ ସମସ୍ତ ସେବାକୁ ବନ୍ଦ କରାଯାଇଛି । ଯଦି ଆଗାମୀ ଦିନରେ ସରକାର ଏହି ଦାବି ପୂରଣ ନହେଲେ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ NAC ମାନ୍ୟତା ଦାବିରେ ଆଜି ରାଜ୍ୟର ସ୍ଥାନେ ସ୍ଥାନେ ବନ୍ଦ ଡାକରା ଦିଆଯାଇଛି ।
ଅଧିକ ପଢନ୍ତୁ :ସବଡିଭିଜନ୍ ଘୋଷଣା ଦାବିରେ ୧୨ଘଣ୍ଟିଆ ବିନିକା ବନ୍ଦ