ସବଡିଭିଜନ୍ ଘୋଷଣା ଦାବିରେ ୧୨ଘଣ୍ଟିଆ ବିନିକା ବନ୍ଦ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବଡିଭିଜନ୍ ଘୋଷଣା ଦାବି କରିଛନ୍ତି ବିନିକା ବାସିନ୍ଦା । ଏଥିପାଇଁ ଆଜି ୧୨ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଉଛି । ଗୋଟେ ପଟେ NAC ଘୋଷଣା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିଆଁ ଜାଳି ବନ୍ଦ ଡାକରା ଦିଆଯାଉଛି । ଅନ୍ୟପଟେ ସବଡିଭିଜନ୍ ଘୋଷଣା ଦାବି ନେଇ ଆଜି ବିନିକା ବନ୍ଦ ପାଳନ କରୁଛନ୍ତି ବିନିକା ବାସିନ୍ଦା।
ଏହି ବନ୍ଦ ଡାକରା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଛି। ବନ୍ଦ ଡାକରା ଯୋଗୁଁ ସହରରେ ଥିବା ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଏହାର ପ୍ରଭାବ ସାଧାରଣ ଲୋକମାନଙ୍କ ଉପରେ ପଡୁଛି । ରାସ୍ତା କଡରେ ଶହ ଶହ ଭାରି ଯାନ ଏବଂ ଛୋଟ ବଡ ଗାଡି ମଟର ଗୁଡିକ ଅଟକି ରହିଥିବାରୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବେଳ ଅତ୍ୟାବଶ୍ୟକୀୟ ସେବା ବାଦ୍ ସମସ୍ତ ସେବା ବନ୍ଦ ରହିଛି ।
ଅଧିକ ପଢନ୍ତୁ :ମନମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା