କଟକ :ପବିତ୍ର ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ନେତାଜୀଙ୍କ ଜୀବନକାଳକୁ ମନେପକାଇବା ପାଇଁ ଆୟୋଜିତ ସଭାରେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଏହି ପ୍ରଦର୍ଶନକୁ ବେଶ ଉପଭୋଗ କରିବା ସହ କହିଥିଲେ ଯେ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜିର ଦିନ ଗର୍ବର ଦିନ । ନିର୍ଭିକ ବିପ୍ଲବୀ ଓ ଜନନାୟକ ଆଜିର ଦିନରେ ଜନ୍ମ ନେଇଥିଲେ । ଏଭଳି ଜଣେ ବୀରଙ୍କୁ ସମ୍ମାନ ଜଣାଇବା ନେଇ ପରାକ୍ରମ ଦିବସକୁ କଟକରେ ପାଳନ କରାଯାଉଛି । ବ୍ରିଟିଶ ସରକାରଙ୍କୁ ସର୍ବଦା ବିରୋଧ କରି ଆସିଥିଲେ | ନେତାଜୀଙ୍କ ବିଚାରଧାରା ରେ ଅନୁପ୍ରାଣିତ ହୋଇ ସବୁ ବର୍ଗର ଲୋକ କାମ କରୁଥିଲେ । ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ ଏହି ନାରା ଦେଇ ସ୍ୱାଧୀନତା ଦିଗରେ । ନେତାଜୀଙ୍କ ସଂଘର୍ଷ ବର୍ତ୍ତମାନ ସମୟରେ ଲୋକଲୋଚନରୁ ଉଭେଇ ଯାଉଛି । ଏପରିକି ନେତାଜୀଙ୍କ ସମ୍ପର୍କରେ ଅଧିକାଂଶ ପୁସ୍ତକରେ ସମ୍ପର୍ଣ୍ଣ ବିବରଣୀ ଉପସ୍ଥାପନା କରାଯାଇ ନାହିଁ। ଇତିହାସ ପୃଷ୍ଠାରେ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ ଭାବେ ଉଲ୍ଲେଖ କରାଯାଇଛି ଏହା ବିଷୟ ସମ୍ପୂର୍ଣ୍ଣ ଲଜ୍ୟାଜନକ । ଓଡିଆ ଅସ୍ମିତାର ପରିଚୟକୁ ପୁନରସ୍ଥାପନ କରିବାକୁ ସମସ୍ତ ବରପୁତ୍ରକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ଏହି ସରକାର ପ୍ରୟାସ ଆରମ୍ଭ କରିଛି । ନେତାଜୀଙ୍କ ସମ୍ପର୍କିତ ଅନେକ କଥା ସର୍ବସାଧାରଣକୁ ଆଣିବା ଆବଶ୍ୟକ । ନେତାଜୀଙ୍କ ମୂଲ୍ୟବୋଧ ଓ ଦୁରଦୃଷ୍ଟିକୁ ଭୁଲି ହେବ ନାହିଁ | ତାଙ୍କ ସଂଗ୍ରାମ ଓ ଜାତୀୟତା ଏବଂ ସମସ୍ତ କାର୍ଯ୍ୟ ଆଜିର ଯୁବପିଢ଼ିଙ୍କୁ ଅନୁପ୍ରେରିତ କରିବ ନିଶ୍ଚୟ ବୋଲି ମୁଖ୍ଯମନ୍ତ୍ରୀ କହିଥିଲେ ।
ତେବେ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କଟକରେ ଅନୁଷ୍ଠିତ ହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମ କୁ ଆର୍କିଓଲୋଜି ସର୍ଭେ ଅଫ ଇଣ୍ଡିଆ ତତ୍ୱାବଧାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ତିନିଦିନ ଧରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ନେତାଜୀଙ୍କ ଜୀବନୀ କାହାଣୀ ନେଇ ପୁସ୍ତକ, ଚିତ୍ରକଳା, ବାଲୁକା କଳା, ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ନେତାଜୀଙ୍କ ଜୀବନୀ କାହାଣୀ ନେଇ ନାଟକ ପରିବେଷଣ କରାଯିବ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ରିଗେଡ଼ିଅର, ଆଇଏନ୍ଏସ୍ ଜବାନ ଓ ସଦସ୍ୟ ଯୋଗ ଦେବେ ।