ବଲାଙ୍ଗୀର : ଗ୍ରୀଷ୍ମ ନଆସୁଣୁ ଡହଳବିକଳ କଲାଣି ଖରା। ସକାଳ ୯ ଟା ସମୟରୁ ଖରାର ପ୍ରକୋପ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରହୁଛି। ଯାହାଫଳରେ ଏବେଠାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାରେ ଲାଗିଛି। ରାଜ୍ୟର ଉତ୍ତପ୍ତ ଜିଲ୍ଲା ଭାବରେ ବଲାଙ୍ଗିରରେ ରେକର୍ଡ ତାପମାତ୍ରା ହୁଏ। ପ୍ରତିବର୍ଷ ବଲାଙ୍ଗିର ବାସି ପ୍ରଚଣ୍ଡ ରୌଦ୍ରତାପ ର ଶିକାର ହୁଅନ୍ତି କିନ୍ତୁ ଚଳିତବର୍ଷ ଆରମ୍ଭରୁ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଛି। ଗତ ଏକ ସପ୍ତାହରେ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୮ ରୁ ୧୯ ଡିଗ୍ରୀ ରହୁଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଏ ସମୟରେ ଯଦି ତାପମାତ୍ରା ୩୫ ଡିଗ୍ରୀ ରହୁଛି ତେବେ ଏପ୍ରିଲ, ମେ ମାସରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତତ୍ପର ହେଉ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି।