ଭୁବନେଶ୍ୱରରେ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍ ଜାରିକରିଛନ୍ତି । ୮ ସପ୍ତାହ ମଧ୍ୟରେ ମାମଲାର ଉପଯୁକ୍ତ ତଦନ୍ତ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଏହି ମାମଲାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କ ନିକଟରେ ଦାବି ରଖିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।
ସୂଚନା ଅନୁସାରେ ଭୁବନେଶ୍ୱରରେ ପଢ଼ୁଥିବା ଭଦ୍ରକ ଜିଲ୍ଲାର ଯୁକ୍ତ ୨ ଛାତ୍ରୀ ଶୁଭଲଷ୍ମୀ ସାହୁଙ୍କର ମୃତଦେହ ଗତ ଅଗଷ୍ଟ ମାସରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ହୋଟେଲରୁ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଏନେଇ ଲକ୍ଷ୍ମୀସାଗର ଥାନାରେ ମୃତ ଛାତ୍ରୀଙ୍କ ପରିବାର ଏକ ହତ୍ୟା ମାମଲା ରୁଜୁ କରିଥିଲେ । ପୋଷ୍ଟମର୍ଟମରୁ ଶୁଭଲକ୍ଷ୍ମୀଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ତେବେ NHRC ଏହି ମାମଲାର ତଦନ୍ତ କରି ୮ ସପ୍ତାହ ଭିତରେ ଅଭିଯୋଗକାରୀ, ପୀଡ଼ିତାଙ୍କ ପରିବାର ଓ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ :- STF ଜାଲରେ ପଡିଲେ ଦୁଇ ବାଘ ଛାଲ ବେପାରୀ