STF ଜାଲରେ ପଡିଲେ ଦୁଇ ବାଘ ଛାଲ ବେପାରୀ । ଚତୁରତାର ସହ ବେପାରୀଙ୍କୁ ମାଡି ବସିଲା ଟିମ । ବାଘ ଛାଲ ବେପାରୀ ମାନେ ବାଘ ଛାଲ ବୀରକରି ପାଇଁ ଡିଲ କରୁଥିଲେ । ସେହି ସମୟରେ ଗ୍ରାହକ ସାଜି ମାଡ଼ିବସିଲା STF ଟିମ୍ ।ତେବେ ଏହି ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରାଯାଇଛି । ଗିରଫ କରିବା ପରେ ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ଏହି ଦୁଇଟି ବାଘ ଛାଲକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ହୋଇଥିଲା । କିନ୍ତୁ ସେହି ସମୟରେ ସେମାନେ STF ଜାଲରେ ଫସିଗଲେ ।ତେବେ ବେପାରୀମାନେ ଏହି ବାଘକୁ କେଉଁ ଜଙ୍ଗଲରୁ ଶିକାର କରିଛନ୍ତି ତାହାର ଖୋଳତାଡ଼ ଚାଲିଛି I ଛାଲ ଆସିଲା କେଉଁଠୁ ଓ ବିକ୍ରି ପାଇଁ କେଉଁଠିକୁ ଯାଉଥିଲା ଏନେଇ କାରଣ ସ୍ପଷ୍ଟ ହୋଇନାହିଁ । ଏହାସହ ଏହି ଦୁଇ ଜଣ ନା ରାକେଟ୍ରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ଏସଟିଏଫ୍ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :ଜଙ୍ଗଲରୁ ଉଦ୍ଧାର ହେଲା ହାତୀ ଛୁଆର ମୃତଦେହ