ପଟିଆ ବିଗ୍ ବଜାର ସିଲ୍
Khabar Odisha:State-Odisha-Patia-Big-Bazaa-Seal
ଭୁବନେଶ୍ୱର, ଫେବୃଆରୀ ୨୦(ଖବର ଓଡ଼ିଶା):

ଭୁବନେଶ୍ୱର, ଫେବୃଆରୀ ୨୦(ଖବର ଓଡ଼ିଶା): ଡେଡ୍‌ଲାଇନ ସରିବା ପରେ ଆକ୍ସନ । ସିଲ ହେଉଛି ପଟିଆ ବିଗ୍‌ବଜାର । ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ନେଇ ସିଲ୍ କରୁଛି ବିଏମସି । 

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଲରେ ଅଗ୍ନି ନିର୍ବାପକ ସୁରକ୍ଷା, ପାର୍କିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ପରିମଳ ବ୍ୟବସ୍ଥାର ଗାଇଡ୍ ଲାଇନ୍କୁ ଅନୁସରଣ କରିବାକୁ ମଧ୍ୟ ପୂର୍ବରୁ କୁହାଯାଇଛି । ତେବେ ପଟିଆ ସ୍ଥିତ ବିଗ୍ ବଜାରକୁ ମଧ୍ୟ ନୋଟିସ୍ ହୋଇଥିବା ବେଳେ ଅବଧି ପୂରଣ ସତ୍ୱେ ବିଗ୍ ବଜାର କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା କରି ନାହାଁନ୍ତି । ତେଣୁ ପଟିଆ ବିଗ୍‌ବଜାରରେ ପରିମଳ , ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ପାଇଁ ସିଲ କରାଯାଉଛି । ବିଏମସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ କରାଯାଉଛି । ସିଲ୍ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment