ପୁଣି ହାତୀପଲଙ୍କ ଉପଦ୍ରବ, ଖାଇଗଲେ ୧୫୦ରୁ ଅଧିକ ବସ୍ତା ଧାନ
Khabar Odisha:State-Odisha-Elephant-entered-in-Village
ଗଂଜାମ, ଜାନୁଆରୀ ୧୯ (ଖବର ଓଡ଼ିଶା):

ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ଅଂଚଳରେ ପୁଣି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଖଳାରେ ପଶି ୧୫୦ରୁ ଅଧିକ ଧାନ ବସ୍ତା ଖାଇ ନଷ୍ଟ କରିଦେଇଛନ୍ତି ହାତୀପଲ । ହାତୀପଲଙ୍କ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । 

କିଛି ଦିନ ହେବ ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ଅଂଚଳରେ ୧୨ ଟିକିଆ ହାତୀପଲଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତକାଲି ରାତିରେ ଏହି ୧୨ ଟିକିଆ ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଅମଳ ଖଳାରେ ପଶି ୧୫୦ରୁ ଅଧିକ ଧାନ ବସ୍ତା ଖାଇ ଯିବା ସହ କିଛି ସ୍ଥାନରେ ଘର ଦ୍ୱାର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି । ହାତୀପଲଙ୍କ ଉତ୍ପାତ ଦେଖି ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି । ଏହା ସହ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗକୁ ଖବର ଦେଇଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment