RPFର ପ୍ରଂଶସନୀୟ କାର୍ଯ୍ୟ, ସାଢେ ୪ଲକ୍ଷ ଟଙ୍କା ଫେରିପାଇଲେ ବ୍ୟକ୍ତି
Khabar Odisha:State-Odisha-A-person-got-his-Money-Bag-from-Train-by-RPF-Help
ରାୟଗଡ଼ା଼, ଜାନୁଆରୀ ୧୯ (ଖବର ଓଡ଼ିଶା):

ଆରପିଏଫର ପ୍ରଂଶସନୀୟ କାର୍ଯ୍ୟ ଯୋଗୁଁ ସାଢେ ୪ଲକ୍ଷ ଟଙ୍କା ଫେରିପାଇଲେ ଜଣେ ବ୍ୟକ୍ତି । ସମତା ଏକ୍ସପ୍ରେସରେ ଭୁଲରେ ଛାଡ଼ି ଯାଇଥିବା ଟଙ୍କା ବ୍ୟାଗ ପାଇ ଆରପିଏଫର ଚେଷ୍ଟାକୁ ପ୍ରଂଶସା ଜଣାଇଛନ୍ତି ଜଣେ ବ୍ୟକ୍ତି ।  

ସେକ୍ ୟେସୁଦିନ ନାମକ ଜଣେ ବ୍ୟକ୍ତି ଆଜି ସକାଳ ବିଶାଖାପଟଣାମରୁ ରାୟଗଡା ଅଭିମୁଖେ ସମତା ଏକ୍ସପ୍ରେସରେ ଆସିଥିଲେ । ତାଙ୍କର   B 4 seat no 27 upper birth ସିଟ ଥିଲା । ବାହାଘର କାର‌୍ୟ୍ୟକ୍ରମରେ ଯୋଗ ଦେବାପାଇଁ ତାଙ୍କର କେଉଁ ବନ୍ଧୁଙ୍କ ପାଖକୁ ରାୟଗଡା ଆସୁଥିଲେ । ଏବଂ ତାଙ୍କ ବନ୍ଧୁ ବିବାହ ପାଇଁ ତାଙ୍କୁ କିଛି ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମାଗିଥିଲେ । ସେ ୪,୫୦,୦୦୦ ଟଙ୍କା ଧରି ରାୟଗଡ଼ା ଆସିଥିବା ବେଳେ ବେଗଟିକୁ ଅନ୍ୟମନସ୍କ ହୋଇ ଟ୍ରେନରେ ହିଁ ଭୁଲି ଯାଇଥିଲେ । କିନ୍ତୁ ଷ୍ଟେସନରେ ଓହ୍ଲାଇବା ପରେ ତାଙ୍କୁ ହଟାତ ବେଗ କଥା ମନେ ପଡିବାରୁ ସେ ସଙ୍ଗେ ସଙ୍ଗେ ଆରପିଏଫ ନିକଟରେ ଅଭିଯୋଗ କରିଥିଲେ । ଆରପିଏଫ ଅଧିକାରୀ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସିଙ୍ଗାପୁର ଷ୍ଟେସନ ଓ ଥେରୁବାଲି ମଧରେ ସେହି ବେଗ ଟିକୁ ଉଧାର କରି ଆଣି ସେହି ଲୋକଙ୍କୁ ଫେରସ୍ତ କରିଛନ୍ତି । ବ୍ୟକ୍ତିଜଣକ ଖୁସିରେ ଆରପିଏଫକୁ ପ୍ରଂଶସା କରିଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment