ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ବନ୍ଦ କରିବାକୁ ଗୁରୁବାର ଗୃହରେ ଦାବି ଉଠିଛି । ବିଧାୟକଙ୍କ କୋଟା ବନ୍ଦ କରିବାକୁ ବିଜେଡ଼ି ଦାବି କରିଛି । ଯେଉଁ ପ୍ରସଙ୍ଗ ଉପରେ ରୁଲିଂ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ବନ୍ଦ କରିବା ପାଇଁ ବିଜେଡ଼ି ବିଧାୟକ ପ୍ରତାପ ଦେବ ଦାବି କରିଥିଲେ । ଏବେ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବିଧାୟକଙ୍କ ପାଇଁ ଦୁଇଟି କୋଟା ରହିଛି । ଏହାକୁ ଉଠେଇ ଦେବା ପାଇଁ ଗୃହରେ ପ୍ରତାପ ଦାବି ରଖିଛନ୍ତି । ଏହା ଦଳ ମତ ନିର୍ବିଶେଷରେ ସବୁ ବିଧାୟକଙ୍କ ପାଇଁ ପୀଡା । ତେଣୁ ଗୃହ ପକ୍ଷରୁ ମୁଁ ଦାବି କରୁଛି । ଏନେଇ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଛନ୍ତି ପ୍ରତାପ ଦେବ ।
ବାଚସ୍ପତି ବିଧାୟକଙ୍କ ଦାବିକୁ ଗ୍ରହଣ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।