ହୀରାକୁଦ ଜଳଭଣ୍ଡାରରେ ଆଉ ୬ଟି ଗେଟ ଖୋଲିଲା, ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
Khabar Odisha:Six-more-gates-were-opened-in-the-Diamond-Reservoir-taking-the-total-to-20-gates-to-release-water
ସମ୍ବଲପୁର, ଅଗଷ୍ଟ ୧୨(ଖବର ଓଡିଶା):

ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ ଖୋଲିଲା । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମକୁ ୩,୭୭,୩୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ଡ୍ୟାମରୁ ୩,୩୦,୮୯୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । 

ଆସନ୍ତାକାଲି ମୁଣ୍ଡଳୀ ଠାରେ ଅଧିକ ଜଳ ପ୍ରବାହିତ ହେବ । ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ନିକଟରେ ବଢୁଛି । ସେହିପରି ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । 

ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଉଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି ।

  • Tags:

Subscribe

National International State Sports Entertainment