ଭୁବନେଶ୍ୱର : ମିଶନ ଶକ୍ତି ଓ ଓର୍ମାସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ମେଗା ମେଳା ‘ସିସିର ସରସ–୨୦୨୬’।ଭୁବନେଶ୍ୱରର ଆଇଡିସିଓ ପ୍ରଦର୍ଶନୀ ପଡିଆରେ ଏହି ମେଳାର ଉଦଘାଟନ କରିଛନ୍ତି ରାଜ୍ୟର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଉଦଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟମ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଓର୍ମାସର ସିଇଓ ଡାକ୍ତର ମୋନିକା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ତେବେ ଏହି ମେଳାରେ ରାଜ୍ୟବାସୀ ଅନେକ ହସ୍ତତନ୍ତ ଜାତୀୟ ଦ୍ରବ୍ୟ ତଥା ଘରକରଣା ଜିନିଷ ମଧ୍ୟ ପାଇବେ।
ତେବେ ଏହି ମେଳା ଶନିବାର ଅର୍ଥାତ ୧୦ ଜାନୁଆରୀରୁ ଆରମ୍ଭ ହୋଇ ଆସନ୍ତା ୧୮ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ମେଳାରେ ମୋଟ ୩୪୦ଟି ଷ୍ଟଲ୍ ରହିଛି।ଯାହାର ମଧ୍ୟରେ ୩୫ଟି ଖାଦ୍ୟ ଷ୍ଟଲ୍ ସାମିଲ ଅଛି। ଓଡ଼ିଶା ସହ ଦେଶର ୨୦ଟି ରାଜ୍ୟରୁ ଆସିଥିବା ୩୮୦ରୁ ଅଧିକ ଏସଏଚଜି ଓ ଶିଳ୍ପୀମାନେ ନିଜ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ମେଳାରେ ହସ୍ତଶିଳ୍ପ, ହାତତନ୍ତ ବସ୍ତ୍ର, ଗ୍ରାମୀଣ ଖାଦ୍ୟ ପଦାର୍ଥ ସହ ବିଭିନ୍ନ ରାଜ୍ୟର ପାରମ୍ପରିକ ସାମଗ୍ରୀ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଧୁ ପାଲଟିଛି। ଆୟୋଜକ ପକ୍ଷରୁ ଭଲ ବେପାର ନେଇ ଆଶାରେ ରଖାଯାଇଛି। ଚଳିତ ବର୍ଷ ୩୦ କୋଟି ଟଙ୍କାର ବ୍ୟବସାୟର ଲକ୍ଷ୍ୟ ରଖାଯାଇଛି।
ଚଳିତବର୍ଷ ମେଳା ପରିସରକୁ ସୁସଜିତ, ପରିଷ୍କାର ଓ ପ୍ଲାଷ୍ଟିକ-ନ ପ୍ଲାଷ୍ଟିକ-ମୁକ୍ତ ରଖିବା ଉପରେ ବିଶେଷ ଗୁରୁତ୍ବ ରୁତ୍ବ ଦିଅ ଦିଆଯିବ। ପରିଦର୍ଶକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସୁରକ୍ଷା ସହ ସମସ୍ତ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଇ କରାଯିବ। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଓଡିଶା ଗଠନ ଦିଗରେ ଏହି ସରସ ମେଳାର ଉଚିତ୍ ଅବଦାନ ରହିବ ବୋଲି ଆଶା ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମେଳାର ସର୍ବାଙ୍ଗୀନ ସଫଳତା କାମନା କରିଛନ୍ତି।
ଅଧିକ ପଢନ୍ତୁ : ଆଜିଠୁ ରାଜ୍ୟରେ କମିବ ଶୀତ : ରକ୍ଷା ପାଇବେ ରାଜ୍ୟବାସୀ