ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ଶୀତର ପରିମାଣ। ଆଉ କଲବଲ ହେବେ ନାହିଁ ରାଜ୍ୟବାସୀ। ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ। ଆସନ୍ତା ୨ ଦିନ ପରେ ଅଳ୍ପ ଗରମ ଅନୁଭୂତ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଶୀତ ସହିତ କୁହୁଡି ମଧ୍ୟ କମିବ। ଯାହାଫଳରେ ଦୁର୍ଘଟଣା ମାତ୍ରା ମଧ୍ୟ କମିବ।
ତେବେ ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା କଟକ, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ଜାରି ରହିବାର ସମ୍ଭବନା ରହିଛି। ଶୀତ ଲହରୀକୁ ନେଇ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ ୱାଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଘନ କୁହୁଡିର ସମ୍ଭବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ। ଜି. ଉଦୟଗିରିରେ ୩.୨ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି।
ବିଗତ ଦିନ ଗୁଡିକରେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ିରେ କଲବଲ ହେଉଥିଲେ ରାଜ୍ୟବାସୀ। ଶୀତ ସାଙ୍ଗକୁ କୋହଲା ପବନ ଆଉ ତା ସାଙ୍ଗକୁ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ କରୁଥିଲା। ପ୍ରାୟ ଦିନ ୧୧ଟା ଯାଏଁ କୁହୁଡ଼ି ଲାଗି ରହୁଥିଲା। ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି। କିନ୍ତୁ ଆଜି ଠାରୁ ଧୀରେ ଧୀରେ ଶୀତର ପରିମାଣ କମିବ। ତେବେ ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା।
ଅଧିକ ପଢନ୍ତୁ : କଟକରେ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ