ଭୁବନେଶ୍ୱର: ସୁସୁ ହୋଇ ବଢିଚାଲିଛି ରୂପା ଦର। ଦିନକୁ ଦିନ ନିଆଁ ଭଳି ବଢି ଚାଲିଛି ରୂପା ଦର। ଗତକାଲି ଅପେକ୍ଷା ଆଜି ୨୦୦୦ ବଢିଛି ଭଲ ରୂପା। ୯୨୫ମାନର ରୂପା ଲକ୍ଷେ ୯୦ହଜାରରେ ପହଁଚିଛି। ଯାହାର ପ୍ରଭାବ ସୁନା ଉପରେ ପଡିପାରେ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ।
ଏମସିଏକ୍ସରେ ରୂପା ଦର ମାର୍ଚ୍ଚ ମାସ ପାଇଁ କେଜି ପିଛା ୧ଲକ୍ଷ୯୧ହଜାର ୮୦୦ଟଙ୍କାରେ ପହଁଚିଥିଲା । ସେହିପରି ସୁନା ଦର ମଧ୍ୟ ଫେବ୍ରୁଆରୀ ପାଇଁ୧୦ଗ୍ରାମ୍ ପିଛା ଲକ୍ଷେ ୩୦ହଜାର୫୦୨ ଟଙ୍କାରେ ପହଁଚିଛି। କେବଳ ଭବିଷ୍ୟତ ଦର ନୁହେଁ ଦୈନିକ ଦାମରେ ସୁନା ଏବଂ ରୁପା ଦର ଅଧିକ ରହିଛି । ଗତବର୍ଷ ତୁଳନାରେ ସୁନା ୬୮ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରୁପା୧୦୮ପ୍ରତିଶତ ବଢିଛି।
ଅନ୍ୟପଟେ, ଗୁରୁବାର ୨୪ କ୍ୟାରେଟ୍ ସୁନାର ଦର ଏକ ଲକ୍ଷ ୩୦ହଜାର ୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ରହିଛି ଏକ ଲକ୍ଷ୧୯ହଜାର୫୮୮ଟଙ୍କା। ୧୮ କ୍ୟାରେଟର ସୁନା ଦାମ୍ ୯୭ ହଜାର ୮୪୫ ଟଙ୍କା ରହିଛି । ଯାହା ବୁଧବାର ଅପେକ୍ଷା ୬୮୨ରୁ୯୧୦ଟଙ୍କା ବୃଦ୍ଧି ପାଇଛି।