ଭୁବନେଶ୍ୱର : ଶୀତର ପ୍ରକୋପ ସମଗ୍ର ରାଜ୍ଯରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ତେବେ ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ଆଜି ସେମିଳିଗୁଡ଼ାରେ ସର୍ବନିମ୍ନ ୩.୫ ରହିଥିବା ବେଳେ ଜି. ଉଦୟଗିରି ୪, ଫୁଲବାଣୀ ୫.୨ ଡିଗ୍ରୀ, ଚିପିଲିମା ୬.୧, ରାଉରକେଲା ୬.୬, ଝାରସୁଗୁଡ଼ା ୬.୮ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଦାରିଙ୍ଗବାଡ଼ି ୭, ଭବାନୀପାଟଣା ଓ ଅନୁଗୋଳ ୮, କିରେଇ ୮.୧ ଡିଗ୍ରୀ, ନବରଙ୍ଗପୁର ୮.୬, କୋରାପୁଟ ଓ ବଲାଙ୍ଗୀର ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ ୯.୬, ସୋନପୁର ତାପମାତ୍ରା ୧୦ ଡିଗ୍ରୀ ରହିଛି।
ତେବେ ଡିସେମ୍ବର ୧୩ ତାରିଖ ଯାଏଁ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।