କଟକ: ଝୋଲା ସାହିରୁ ବିପୁଳ ଚାଇନିଜ ମାଞ୍ଜା ସୂତା ଜବତ ହୋଇଛି। ଚଢ଼ାଉ କରି ଜବତ କଲା ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍। ବେଆଇନ ବିକ୍ରି କରୁଥିବା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରିଛି ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍। ଚାଇନିଜ ମାଞ୍ଜା ସୂତାକୁ ବ୍ୟାନ କରିଛି ପ୍ରଶାସନ କିନ୍ତୁ କାହିଁକି ବିକ୍ରୀ ହେଉଥିଲା ବୋଲି ଯାଞ୍ଚ ଆରମ୍ଭ ହୋଇଛି।
ସୂଚନା ଥାଉକି ଚାଇନିଜ ମାଞ୍ଜା ସୁତା ଅନେକ ସମୟରେ କାଳ ସାଜିଛି । ଗୁଡି ସୂତା ଲାଗି ଘଟିଛି ଅନେକ ଅଘଟଣ। କଟକ ସହରରେ ପୂର୍ବରୁ ଏକାଧିକ ଘଟଣା ସାମ୍ନାକୁ ଆସିଛି । କାହାର ବେକରେ ମାଞ୍ଜା ସୂତା ଲାଗି ଆହତ ତ ପୁଣି କାହାର ହାତ କଟିଛି। ବାଇକ ଆରୋହୀଙ୍କ ପାଇଁ ସବୁଠୁ ବିପଦ ସାଜିଛି ମଞ୍ଜାସୂତା। ତେବେ ଏକାଧିକ ଅଘଟଣ ପରେ ସଜାଗ ହୋଇଛି ପ୍ରଶାସନ । ଆଗକୁ ମକର ସଂକ୍ରାନ୍ତି ଥିବାରୁ ତତ୍ପର ହୋଇଛି ପୁଲିସ ଏବଂ ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍।