ପୁରୀ/ବ୍ରହ୍ମଗିରୀ: ଶୃଙ୍ଖଳାରେ ଚାଲିଛି ଶ୍ରୀଅଲାରନାଥଙ୍କ ଦର୍ଶନ । ବର୍ଷା ସତ୍ତ୍ୱେ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିନଥିଲା। ଦିନତମାମ ଗହଳି ଲାଗି ରହୁଛି । ଗତକାଲି ଅପରାହ୍ନ ବେଳେ ଆନନ୍ଦ ବଜାରରେ ଅସମ୍ଭାଳ ଭିଡ଼ ହୋଇଥିଲା। ସେପଟେ ବର୍ଷା ପାଇଁ ଅଲାରନାଥ ପୀଠ ମୁଖ୍ୟ ରାସ୍ତାରେ ପାଣି ଜମି ରହିଛି। କାଦୁଅ ହୋଇଯାଇଛି। ଚନ୍ଦନ ଚକଡ଼ାରୁ ଶ୍ରଦ୍ଧାଳୁମାନେ ଯିବାବେଳେ କାଦୁଅ ଚକଟି ଦର୍ଶନ କରିବାକୁ ଯାଉଛନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ପ୍ରତିଦିନ ଭୋର୍ ୪ଗରୁ ମନ୍ଦିର ଦ୍ଵାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ମଇଲମ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବଲ୍ଲଭସହିତ ସକାଳର ନୀତିକାନ୍ତି ଶେଷ ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ସକାଳ ଧୂପ ପରେ ଦ୍ବିପ୍ରହର ଧୂପରେ ଅନ୍ନ, ଖେଚୁଡ଼ି, କାନିକା, ଡାଲମା, ବେସର, ଶାଗ ଓ ଖିରି ପ୍ରସାଦ ଭୋଗ ହୋଇ ଦିନ ସାଢ଼େ ୨ଟା ୩୦ରେ ପହଡ଼ ହୋଇଥାଏ ।