ପୁଣି ବିଦେଶୀ ମଦ ଜବତ ହେଇଛି । ସୁନାପୁର ମରାଇନ ଥାନା ପୋଲିସ ପକ୍ଷରୁ ମଦ ଚାଲାଣ କରିବା ଅଭିଯୋଗ ହୋଇଛି । ଗିରଫ ଜଣଙ୍କ ହେଲେ ପାଟିସୁନାପୁର ଗ୍ରାମର ପି. ଗୋପୀ । ବ୍ରହ୍ମପୁର ଏସପି ଡ଼ ଶ୍ରବଣ ବିବେକଙ୍କ ନିର୍ଦ୍ଧେଷ କ୍ରମେ ଗତ କାଲି ସନ୍ଧ୍ୟାରେ ସୁନାପୁର ବ୍ରିଜ ନିକଟରେ ଯାଞ୍ଚ କରାଯାଉଥିଲା। ସେହି ସମୟରେ ଏକ ଟାଟା ଏସି ପାଟିସୁନାପୁର ଯାଉଥିବା ବେଳେ ପୋଲିସ ଗାଡି ଅଟକେଇ ଯାଞ୍ଚ କରିଥିବା ବେଳେ ସେଥିରୁ ବିଦେଶୀ ମଦ ବାହାରିଥିଲା l ଗାଡିରେ ଥିବା ମଦ ନେଇ ଗାଡି ଚାଳକ ପି. ଗୋପୀ ସଠିକ କାଗଜ ଦେଖେଇ ପାରିନଥିଲେ । ଏନେଇ ପୋଲିସ ତାଙ୍କୁ ପଚାରାଉଚରା କରିବାରୁ ସେ କିଛି ଉତ୍ତର ଦେଇ ପାରିନଥିଲେ । ତେବେ ଗୋପୀଙ୍କର ରାମେୟାପାଟଣା ଗ୍ରାମରେ ଥିବା ଏକ ଭଡା ଘରେ ଚଢଉ କରିଥିଲା, ସେଠାରୁ ବିପୁଳ ପରିମାଣରେ ମଦ ଜବତ ହୋଇଥିଲା । ତେବେ ଏହି ମଦର ମୂଲ୍ୟ ପ୍ରାୟ ଲକ୍ଷଧିକ ଟଙ୍କାର ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ପୁଲିସ ପକ୍ଷରୁ ସମୁଦାୟ ୨୨୩ କାଟୁନ ମଦ ଜବତ ହୋଇଥିଲା। ସେଥିରେ ବିଭିନ୍ନ ବ୍ରାଣ୍ଡର ୩ ହାଜର ୩ ଶହ ୩୬ ଲିଟର ବିଦେଶୀ ମଦ ପୋଲିସ ଜବତ କରିଥିଲା l ଏହି ମାମାଲରେ ତିନି ରୁ ଚାରି ଜଣ ସମ୍ପୃକ୍ତି ରହିଛନ୍ତି। ମଦ ଗୁଡିକୁ ରାମେୟାପାଟଣା ରେ ବିକ୍ରି କରିଯାଉ ଥିଲା ବୋଲି ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ l ଏ ନେଇ ସୁନାପୁର ମେରାଇନ ଥାନାରେ ଏକ ମାମଲା ରୁଜୁ କରି ଗୋପୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ମଦର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଜବତ ହୋଇଥିବା ବିଦେଶୀ ମଦର ନମୁନା ସଂଗ୍ରହ କରି ଲ୍ୟାବ୍ରୋଟୋରୀକୁ ପଠାଯିବ। ଯାହାଫଳରେ ମଦ ଅସଲି କି ନକଲି ଜଣାପଡିବା ସହ ଅନ୍ୟ ଅଭିଯୁକ୍ତ କୁ ଶ୍ରୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି l
ଅଧିକା ପଢନ୍ତୁ: ଆରପାରିରେ ବରିଷ୍ଠ ନେତା ଦାମ ରାଉତ