ଭୁବନେଶ୍ୱର :- ସିନ୍ ରିକ୍ରିଏସନ କରିଛି ଲୁଟେରା ସ୍ପାଇଡର ସତୀଶ । ନୟାପଲ୍ଲୀରେ ପୁଲିସ ସ୍ପେଶାଲ ସ୍କ୍ୱାଡ଼ ଆଗରେ ସିନ ରିକ୍ରିଏସନ କରିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ କୁଖ୍ୟାତ ଲୁଟେରା କିପରି ଲୁଟିଥିଲା ଦେଖାଉଛି ଡେମୋ । ଏଥିପାଇଁ ତାକୁ କଡ଼ା ସୁରକ୍ଷା ବଳୟରେ ନୟାପଲ୍ଲୀକୁ ଅଣାଯାଇଥିଲା । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ସେ ସବୁର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଗୁରୁବାର ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର । କେବଳ ନିରଞ୍ଜନ ନୁହେଁ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ମଧ୍ୟ ଲୁଟିଥିଲା ସତୀଶ। ପୋଲିସ ତାକୁ ଗିରଫ ପରେ ତା ଠାରୁ ହୀରା, ସୁନା ଗହଣା, ନଗଦ ଟଙ୍କା ଜବତ କରିଥିଲା । ପୂର୍ବରୁ ୧୨ ଥର ସତୀଶ ନାମରେ ମାମଲା ଥିବା ଜଣାପଡିଛି ।
ପୁଲିସ୍ ସୂଚନାରୁ ଜଣାପଡିଛି ଲୁଟେରା ସତୀଶ ଲୁଟ ଟଙ୍କାରେ ମଉଜ କରୁଥିଲା । ଗିରଫ ବେଳେ ପୋଲିସ ତାକୁ ଭାଇଜାଗର ବାପୁଜି ନଗରର ଏକ ଫ୍ଲାଟରୁ ଗିରଫ କରିଥିଲା । ସେଠି ତା ନିଜର ଏକ ଫ୍ଲାଟରେ ରହୁଥିଲା । ଲକ୍ଷ ଲକ୍ଷ ଟଙ୍କା ଦେଇ ତାଇୱାନରୁ କୁକୁର କିଣୁଥିଲା। କୁକୁର ଖେଳିବା ପାଇଁ ଇଣ୍ଡୋନେସିଆରୁ ବଲ ମଗାଉଥିଲା । କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା । ସତୀଶର ଦୁଇଟି ପତ୍ନୀ ଥିବା ପୁଲିସ ତାକୁ ଗିରଫ ସମୟରେ ଜାଣିବାକୁ ପାଇଥିଲା । ଘର ଭିତରେ ଜିମ୍ ସହ ସୌଖିନ ଜିନିଷ ମଧ୍ୟ ରଖୁଥିଲା । ଏପରିକି ଘର ଭିତରେ ଜିମ ରଖିବା ସହ ବିଳାସମୟ ଜୀବନ ବିତାଉଥିଲା । ଚୋରି ଟଙ୍କାରେ ମଉଜ କରି ଜୀବନ ବିତାଉଥିଲା। ଏପରିକି ହାଇଦ୍ରାବାଦରେ ଗୋଟିଏ ଫ୍ଲାଟ୍ ସହ ଭାଇଜାଗ ଓ କେରଳରେ ମଧ୍ୟ ଗୋଟିଏ ଫ୍ଲାଟ୍ ରହିଛି । ତେବେ କେମିତି ଏକାକୀ ଏହି ଚୋର ହାଇ ସିକ୍ୟୁରୀଟି ଜୋନ ରୁ ଚୋରି କରୁଥିଲା ତାର ଡେମୋ ଦେଖାଇଛି।
ଅଧିକ ପଢନ୍ତୁ :- ବନ୍ଦ କୋଠରୀରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର