ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଦୁର୍ଘଟଣାସ୍ଥଳରେ ପହଞ୍ଚି ଏହାକୁ ଅଭାବନୀୟ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଜେନା। ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ। କାହିଁକି ଏପରି ଦୁର୍ଘଟଣା ଘଟିଲା ସେ ନେଇ ଚିନ୍ତିତ। ତେବେ ତଦନ୍ତ ପରେ ଦୁର୍ଘଟଣା ପଛର କାରଣ ଜଣାପଡ଼ିବ ବୋଲି ବିଭୂତି ଜେନା କହିଛନ୍ତି। ବିମାନଟି କେମିତି ଓ କେଉଁ ପରିସ୍ଥିତିରେ ଫୋର୍ସ ଲାଣ୍ଡିଂ କରିଥିଲା, ସେ ନେଇ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ।
ଶନିବାର ଦିନ ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ରାଉରକେଲା ପହଞ୍ଚିବା ପୂବର୍ରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟପଟେ ଗତକାଲି ଦୁର୍ଘଟଣାସ୍ଥଳ ଜଲଦାରେ ପହଁଚି ଡିଜିସିଏର ୫ଜଣିଆ ଟିମ୍ ବି ତଦନ୍ତ କରି ଫେରିଥିଲେ। ଗତକାଲି ପରିବହନ ସଚିବ ଉଷା ପାଢ଼ୀ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ବିମାନ ପଡିଥିବା ସ୍ଥାନ ଓ ଆଖପାଖର ଫଟୋ ଓ ଭିଡିଓଗ୍ରାଫି କରିଛନ୍ତି।
ଆଜି ଏକ୍ସପର୍ଟ ଟିମ୍ ସହ ଦୀର୍ଘ ସମୟ ଧରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏହାପରେ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟି ଆଲୋଚନା କରିଛନ୍ତି। ପାଇଲଟ୍ ସୁସ୍ଥ ହେଲେ ପୁରା ଘଟଣାର ରହସ୍ୟ ଖୋଲିପାରେ। ବିମାନଟି ବାଜିଥିବା ଗଛ ପାଖରେ ମାପଚୁପ କରିଛନ୍ତି। ଅନୁଧ୍ୟାନ ପରେ ଡିଜିସିଏ ଟିମ୍ ବିମାନର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶକୁ ସାଙ୍ଗରେ ନେଇ ଯାଇଛନ୍ତି। ଯାଂଚ ପରେ ପଦାକୁ ଆସିବ ଦୁର୍ଘଟଣାର କାରଣ।
ଅଧିକ ପଢନ୍ତୁ: ରାଉରକେଲା ବିମାନ ଦୁର୍ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ ଡିଜିସିଏର ୨ଟି ଟିମ୍