ଭୁବନେଶ୍ୱର : ପୁଣି ‘ଆମ ବସ୍’ରେ ଲାଗିଲା ନିଆଁ । ଭୁବନେଶ୍ୱର ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ । ଡିପୋରେ ଥିବା ଗୋଟିଏ ଇଭି ବସରେ ନିଆଁ ଲାଗିଯାଇଛି । ଚାର୍ଜ ବସିଥିବା ସମୟରେ ଆମ ବସରେ ଲାଗିଲା ନିଆଁ। ଅଧିକ ଚାର୍ଜ ହେବା କାରଣରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି। ସେପଟେ ଡିପୋରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ।
ନିଆଁରେ ବ୍ୟାଟେରୀ ପରିସର ଅଳ୍ପ ପରିମାଣରେ କ୍ଷତି ହୋଇଛି । ଚାର୍ଜରେ ବସେଇ ଦେଇ ଧ୍ୟାନ ଦେବାରୁ ଦୁଘଟଣା ଘଟିଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀର ୨ଟି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ଯାହା ଫଳରେ ବସର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ସେପଟେ ଗତକାଲି କଳିଙ୍ଗ ଷ୍ଟୁଡିଅ ଛକରେ ମଧ୍ୟ ନିଆଁ ଗୋଟିଏ ‘ଆମ ବସ୍’ ଲାଗି ଜଳି ଯାଇଥିଲା ।