ଭୁବନେଶ୍ୱର : ପୁଣି ସାଲିଆ ସାହିରେ ପଡିଲା ରେଡ୍। ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଦ୍ୱାରା ରେଡ କରାଯାଇଛି। ପ୍ରଥମେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଏହାପରେ ବିପୁଳ ପରିମାଣର ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରିଛି। ତେବେ ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଏହି ଚଢାଉ ହୋଇଛି। ବସ୍ତିରେ ବିଭିନ୍ନ ଘରେ ଦେଶୀ ମଦ ଭାଟି ଠାବ କରିବା ସହିତ ଏହାକୁ ନଷ୍ଟ କରିଛି ପୋଲିସ୍। ତେବେ ଏଠାରେ ବହୁ ଲୋକ ବାହାରୁ ଆସି ପରିଚୟ ଗୋପନ ରଖି ରହୁଥିବା ସନ୍ଦେହ କରିଛି ପୋଲିସ। ଏହାସହିତ ବହୁଳ ମାତ୍ରାରେ ଏଠି ମାଦକ ଦ୍ରବ୍ୟ ପ୍ରସ୍ତୁତ କରାଯାଉଥିବାରୁ ଉକ୍ତ ସ୍ଥାନକୁ ସିଲ କରିଛି ଅବକାରୀ ବିଭାଗ।
ଅଧିକ ପଢନ୍ତୁ : ପଥରରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା : ରାସ୍ତା କଡ଼ରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ