କଟକ: ଖାନନଗର ଅଞ୍ଚଳରେ ସକାଳୁ ସକାଳୁ ନିର୍ମମ ହତ୍ୟାକାଣ୍ଡ। କଟକର ଜଣେ ବ୍ୟବସାୟୀଙ୍କୁ ପଥରରେ ଛେଚି କରାଯାଇଛି ହତ୍ୟା। ରାସ୍ତା କଡ଼ରେ ପଡ଼ିଛି ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ମୃତ ମାଛ ବ୍ୟବସାୟୀ ପୁରୀଘାଟ ଅଞ୍ଚଳର ପପୁ ଦାଶ ବୋଲି ଜଣାପଡିଛି। ଖବରପାଇ ବାଦାମବାଡି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ଅନୁଧ୍ୟାନ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ତେବେ ପୋଲିସ ଉକ୍ତ ବ୍ୟବସାୟୀଙ୍କ ପରିବାରକୁ ମଧ୍ୟ ଖବର ଦେଇଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ : ଶୀତୁଆ ସନ୍ଧ୍ୟାରେ ଜମିଲାଣି ‘ସିସିର ସରସ–୨୦୨୬’